ଅମାନିଆ ମନ
ଏହି ପ୍ରେମ ପୁରୀ ଠାରୁ ଆରମ୍ଭ ହୁଏ ! ମୁଁ ପୁରୀ ରେ ମୋର ସ୍କୁଲ୍ ଶିକ୍ଷା ଆରମ୍ଭ କରିଥିଲି, ମୋ ସ୍କୁଲ ଜୀବନ ବହୁତ ଭଲ ଥିଲା ଏବଂ ମୁଁ ବହୁତ ଖୁସି ସ୍କୁଲ ଜୀବନ ବିତାଇଥିଲି! କିଏ କଣ ସ୍କୁଲ୍ ସାଙ୍ଗ ମାନଙ୍କୁ ଭୁଲିଯାଏ ? ସେମାନଙ୍କ ସହିତ ବିତାଇଥିବା ମୁହୂର୍ତ୍ତ, ସମସ୍ତ ପୁଅ ଏବଂ ଝିଅମାନେ ମଧ୍ୟ ମୋର ବହୁତ ଭଲ ବନ୍ଧୁ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ମୋର ଏକ ପ୍ରେମିକା ଥିଲା. ତାହାର ନାମ ମୁଁ ଏଠାରେ ପ୍ରକାଶ କରିପାରୁନାହିଁ. ସ୍କୁଲ୍ ଜୀବନ ସମୟରେ ମୋ ପ୍ରେମର ପରିପ୍ରକାଶ କେବେ କରିପାରିନଥିଲି, କାରଣ ବାସ୍ତବରେ ସେତେବେଳେ ପ୍ରେମର ସଂଜ୍ଞା କିଛି ଜଣାନଥିଲା, ତଥାପି ଆମେ ଦୁହେଁ ଭଲ ବନ୍ଧୁ ଥିଲୁ! ଆମେ ଅନେକ ପୁଅ ଏବଂ ଝିଅ ସାଙ୍ଗ ଥିଲୁ କିନ୍ତୁ ସେ ଏତେ ମୋର ଘନିଷ୍ଟ ହୋଇଯାଇଥିଲା ଯେ ଦିନେ ନଦେଖିଲେ ମୋ ପେଟକୁ ଦାନା ଯାଉନଥିଲା ! ତାର ସେହି ମୁଖମଣ୍ଡଳର ହସ ଏତେ ସୁନ୍ଦର ଥିଲାଯେ , ଅତ୍ୟନ୍ତ ଦୁଃଖରେ ଥିବା ବ୍ୟକ୍ତିଟି ଥରେ ଦେଖିଦେଲେ ତାର ସମସ୍ତ ଦୁଃଖ ଭୁଲିଯାଉଥିଲା. ଆମ ଘର ସାମ୍ନାରେ ତାର ଘର ଥିଲା, ସେ ବାଲକୋନୀକୁ ଆସିବା ମାତ୍ରେ ମୁଁ ଛାତ ଉପରକୁ ଚାଲିଯାଉଥିଲି ! ତା ସାଥିରେ କଥା ହେବାକୁ ଏତେ ଭଲ ଲାଗୁଥିଲାଯେ ମୁଁ ଖେଳିବା ଭୁଲି ଯାଇଥିଲି , ଏପରିକି ମୋ ପୁସ୍ତକରେ ତାର ପ୍ରତିଛବି ଦେଖୁଥିଲି ! ଆମେ ବିଦ୍ୟାଳୟରେ ଏତେ ମଜା କରୁଥିଲୁଯେ